ଅଷ୍ଟମ ବର୍ଷ | ନଭେମ୍ବର ୨୦୨୪

ଯୁଗର ବିବର୍ତ୍ତନ ଧାରାରେ ବଣମଲ୍ଲୀର ମହକ ସାହିତ୍ୟ କମ୍ୟୁନିଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଆନ୍ଦୋଳନ । ଆଜିର ବୈଷୟିକ ବିକାଶ ଧାରା ସହିତ ତାଳ ଦେଇ ଆମ ସାହିତ୍ୟକୁ ଗତିଶୀଳ କରିବାର ଆବଶ୍ୟକତାକୁ ଆମେ କଦାପି ଅଣଦେଖା କରିପାରିବା ନାହିଁ ।ବିଶ୍ଵବ୍ୟାପୀ ଓଡିଆ ଲେଖକ ଓ ପାଠକମାନଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ରଜ୍ଜୁରେ ବାନ୍ଧି ରଖିବାର ମହତ ପ୍ରୟାସରେ ବଣମଲ୍ଲୀର ମହକ ନିଜକୁ ସାମିଲ କରିଛି । ପ୍ରତିମାସ ୧ ତାରିଖରେ ପିଡିଏଫ ଫର୍ମାଟରେ ଡିଜିଟାଲ ପତ୍ରିକା ପ୍ରକାଶ କରି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଓଡିଆ ପାଠକମାନଙ୍କ ନିମନ୍ତେ ଇଣ୍ଟରନେଟ ମାଧ୍ୟମରେ ନିଃଶୁଳ୍କ ବିତରଣ କରାଇବାର ନୀରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି ।

ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଯେକୌଣସି ଓଡିଆ ଲେଖକ ଏହି ପତ୍ରିକା ପାଇଁ ଇମେଲ ମାଧ୍ୟମରେ ଆମ ନିକଟକୁ ନିଜର ଲେଖା ପଠାଇ ପାରିବେ । ପ୍ରକାଶିତ ଡିଜିଟାଲ ପତ୍ରିକାର ବିଭିନ୍ନ ସଂଖ୍ୟା ଗୁଡିକ ଏହି ୱେବସାଇଟରୁ ଡାଉନଲୋଡ କରି ପଢିପାରିବେ । ଏହି ସେବା ସମ୍ପୁର୍ଣ୍ଣ ଦେୟମୁକ୍ତ ଅଟେ । ଚଳିତ ମାସର ଡିଜିଟାଲ ପତ୍ରିକା ସମ୍ପୁର୍ଣ୍ଣ ପଢିବା ପାଇଁ ପତ୍ରିକାଟିର କଭର ପେଜ କିମ୍ବା ଡାଉନଲୋଡ ଲିଙ୍କ ଉପରେ କ୍ଲିକ କରନ୍ତୁ ।