ବଣମଲ୍ଲୀର ମହକ ହେଉଛି ଆଜିର ଡିଜିଟାଲ ଜଗତରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପ୍ରକଳ୍ପ, ଯାହା ଓଡିଆ ଲେଖକ ମାନଙ୍କ ସୃଜନୀକୁ ବିଶ୍ଵର ଓଡିଆ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରିଥାଏ । ୦୧-୦୧-୨୦୧୬ ଠାରୁ ଲକ୍ଷ ଲକ୍ଷ ଓଡିଆ ପାଠକ ପାଠିକା ବଣମଲ୍ଲୀର ମହକ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ନିଜ ନିଜର ସାହିତ୍ୟିକ ସୃଜନଶୀଳତାକୁ ପରିପ୍ରକାଶ କରିବା ସହିତ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ନିଜକୁ ସାମିଲ କରିପାରିଛନ୍ତି । ବୈଜ୍ଞାନିକ ବିକାଶଧାରାରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ଆଦର ଅଭ୍ୟର୍ଥନା ତଥା ଇଣ୍ଟରନେଟ ମାଧ୍ୟମରେ ଏହାର ବିଶ୍ଵବ୍ୟାପୀ ପ୍ରସାରଣ ଏହି ପ୍ରକଳ୍ପର ମୂଳଲକ୍ଷ୍ୟ । ବଣମଲ୍ଲୀର ମହକ ଦ୍ଵାରା ପ୍ରକାଶିତ ଡିଜିଟାଲ ପତ୍ରିକା ଓ ବିଶେଷାଙ୍କ ଗୁଡିକର ଡାଉନଲୋଡ ଲିଙ୍କ ତଥା ଦୈନିକ ୱେବ ପ୍ରସାରଣ ଗୁଡିକୁ ଏହି ୱେବସାଇଟ ଜରିଆରେ ପାଇ ପାରିବେ । ଯୁଗର ବିବର୍ତ୍ତନ ଧାରାରେ ବଣମଲ୍ଲୀର ମହକ ସାହିତ୍ୟ କମ୍ୟୁନିଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଅଭିଯାନ ।