ପତ୍ରିକା ସର୍ତ୍ତାବଳୀ
ବଣମଲ୍ଲୀର ମହକ ଡିଜିଟାଲ ପତ୍ରିକା ପ୍ରତିମାସ ୧ ତାରିଖରେ ପ୍ରକାଶ ପାଇଥାଏ ।
ଏହି ମାସିକ ଡିଜିଟାଲ ପତ୍ରିକା ପାଇଁ ଲେଖା ପଠାଇବାକୁ ଚାହୁଁଥିଲେ ପ୍ରତିମାସର ୨୦ ତାରିଖ ସୁଧା ଇମେଲ ଜରିଆରେ ଲେଖା ପଠାଇବା ଆବଶ୍ୟକ । ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚୁଥିବା ଲେଖାଗୁଡିକ ପରବର୍ତ୍ତୀ ମାସର ପତ୍ରିକାରେ ସ୍ଥାନିତ ହୁଏ ।
ଲେଖାଗୁଡ଼ିକ ନିର୍ଭୁଲଭାବେ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଟାଇପ କରି ଇମେଲ ଜରିଆରେ ପଠାଇବାକୁ ପଡିଥାଏ । ହାତଲେଖା, ଫଟୋକପି କିମ୍ବା ପି.ଡି.ଏଫ. ଫର୍ମାଟରେ ଆସୁଥିବା ଲେଖା ଗ୍ରହଣୀୟ ନୁହେଁ ।
ସମ୍ପାଦକମଣ୍ଡଳୀଙ୍କ ଚୟନ ପରେ ଲେଖାଗୁଡିକୁ ଏହି ମାସିକ ପତ୍ରିକାରେ ପ୍ରକାଶ କରାଯାଇଥାଏ । କୌଣସି ଅପ୍ରକାଶିତ ଲେଖା ଫେରସ୍ତ ଦିଆଯିବାର ବ୍ୟବସ୍ଥା ନାହିଁ ।
କୌଣସି ଲେଖାକୁ ନେଇ ଯଦି କେବେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏଥିପାଇଁ କୌଣସି ପରିସ୍ଥିତିରେ ବଣମଲ୍ଲୀର ମହକ ପରିବାର ଦାୟୀ ନୁହଁନ୍ତି ।
ବଣମଲ୍ଲୀର ମହକ ମାସିକ ଡିଜିଟାଲ ପତ୍ରିକାକୁ ଲେଖା ପଠାଇବା ପାଇଁ ଦୁଇଗୋଟି ଇମେଲ ଠିକଣା ଉପଲବ୍ଧ ରହିଛି । ଯେକୌଣସି ଗୋଟିଏ ଇମେଲ ଠିକଣାରେ ନିଜର ଲେଖା ପଠାଇ ପାରିବେ :