ବଣମଲ୍ଲୀର ମହକ ବିଷୟରେ କିଛି ସୂଚନା ଦେବେକି ?

ବଣମଲ୍ଲୀର ମହକ ଆଜିର ବୈଷୟିକ ବିକାଶଧାରାରେ ସାମିଲ ହୋଇଥିବା ଡିଜିଟାଲ ସାହିତ୍ୟ ଅନୁଷ୍ଠାନ । ଓଡିଆ ସାହିତ୍ୟର ବିକାଶ ଓ ସମୃଦ୍ଧି ଦିଗରେ ଉତ୍ସର୍ଗୀକୃତ । ଏହାର ଅନଲାଇନ ପୋର୍ଟାଲ ମାଧ୍ୟମରେ ଦୈନିକ ଓଡିଆ ଲେଖକ ଲେଖିକାମାନେ ନିଜର ସୃଜନାତ୍ମକ ସୃଷ୍ଟିଗୁଡିକୁ ଉପସ୍ଥାପିତ କରିଥାନ୍ତି । ବିଶ୍ଵର ବିଭିନ୍ନ ସ୍ଥାନରୁ ଓଡିଆ ପାଠକ ପାଠିକାମାନେ ନିଜ ମୋବାଇଲ ଓ କମ୍ପ୍ୟୁଟର ମାଧ୍ୟମରେ ହଜାର ହଜାର ସଂଖ୍ୟାରେ ଏହାକୁ ପଢିଥାନ୍ତି । ପ୍ରତିମାସରେ ବଣମଲ୍ଲୀର ମହକ ଦ୍ଵାରା ପିଡିଏଫ ଫର୍ମାଟରେ ମାସିକ ଇ-ପତ୍ରିକା ପ୍ରକାଶ ପାଇଥାଏ ।

ମୁଁ ଏହାର ମାସିକ ଇ-ପତ୍ରିକାକୁ କେମିତି ଲେଖା ପଠାଇବି ?

ଏହା ବହୁତ ସହଜ । ପ୍ରତିମାସର ୨୦ ତାରିଖ ସୁଦ୍ଧା ଆପଣ ଲେଖା ପଠାଇ ପାରିବେ । ଲେଖା ଗୁଡିକ ଇମେଲ ଠିକଣାରେ ପଠାଇବା ଆବଶ୍ୟକ । ଲେଖା ପଠାଇବା ପାଇଁ ଏହି ୱେବସାଇଟରେ ଆମ ଇମେଲ ଠିକଣା ଉପଲବ୍ଧ ରହିଛି ।  ମାସର ୨୦ ତାରିଖ ସୁଦ୍ଧା ପହଞ୍ଚିଥିବା ଲେଖାଗୁଡିକ ପରବର୍ତ୍ତୀ ମାସର ଇ-ପତ୍ରିକାରେ ପ୍ରକାଶ ପାଇଥାଏ ।

ହାତଲେଖା କାଗଜର ଫଟୋ ପଠାଇ ପାରିବି କି ?

ନାଁ.. ହାତଲେଖା କାଗଜର ଫଟୋ କପି କିମ୍ବା ପିଡିଏଫ ଆକାରରେ ଲେଖା ଗ୍ରହଣୀୟ ନୁହେଁ । କେବଳ ଟାଇପ ହୋଇଥିବା ଲେଖା ପଠାଇପାରିବେ ।

ମୋ ଲେଖା ପ୍ରକାଶିତ ହୋଇଛି କି ନାହିଁ କେମିତି ଜାଣିବି ?

ଏହା ଜାଣିବା ଖୁବ ସହଜ । ଆପଣ ବଣମଲ୍ଲୀର ମହକ ୱେବସାଇଟରେ ଏହି ପତ୍ରିକା ଗୁଡିକୁ ପାଇପାରିବେ । ପ୍ରତିମାସ ୧ ତାରିଖରେ ଡିଜିଟାଲ ପତ୍ରିକାଟି ୱେବସାଇଟରେ ଅପଲୋଡ ହୁଏ । ଆପଣ ଡାଉନଲୋଡ କରି ଏହାକୁ ପଢିପାରିବେ ।

ଇ-ପତ୍ରିକାରେ ଲେଖା ପ୍ରକାଶପାଇଁ କୌଣସି ଅର୍ଥ ଦେବାକୁ ପଡେକି ?

ଆଦୌ ନୁହେଁ । ବଣମଲ୍ଲୀର ମହକ ପକ୍ଷରୁ ଏହି ସେବା ସମ୍ପୁର୍ଣ୍ଣ ନିଃଶୁଳ୍କ ଓ ଦେୟମୁକ୍ତ ଅଟେ । ଆପଣଙ୍କ ସୃଜନଶୀଳତାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବଣମଲ୍ଲୀର ମହକ ସଦା ସର୍ବଦା ପ୍ରସ୍ତୁତ ।

ବଣମଲ୍ଲୀର ମହକ ଅନଲାଇନ ପ୍ରକାଶନ ଓ ଇ-ପତ୍ରିକା ପ୍ରକାଶନ ଏହା ମଧ୍ୟରେ କଣ ଫରକ ?

ଏହାର ୱେବ ପୋର୍ଟାଲରେ ଓଡିଆ ଲେଖାଗୁଡିକ ଦୈନିକ ବ୍ଲଗ ଆକାରରେ ପ୍ରକାଶିତ ହୋଇଥାଏ, ଏହାକୁ କେବଳ ଇଣ୍ଟରନେଟ ମାଧ୍ୟମରେ ଯେକୌଣସି ପାଠକ ଯେକୌଣସି ମୂହୁର୍ତ୍ତରେ ପଢିପାରିବେ ଓ ନିଜର ପାଠକୀୟ ପ୍ରତିକ୍ରିୟା ପ୍ରଦାନ କରିପାରିବେ । ଏହି ଅନଲାଇନ ପୋର୍ଟାଲରେ ଲେଖା ପ୍ରକାଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନଥାଏ । ଯେକୌଣସି ସମୟରେ ଆପଣ ଏଥିରେ ଲେଖା ପୋଷ୍ଟ କରିପାରିବେ । କିନ୍ତୁ ଇ-ପତ୍ରିକା ପ୍ରତି ମାସରେ ଥରେ ପିଡିଏଫ ଫର୍ମାଟରେ ପ୍ରକାଶ ପାଏ । ଏହା ମଧ୍ୟ ୱେବସାଇଟରେ ଉପଲବ୍ଧ ହୁଏ । ଯେକୌଣସି ପାଠକ ଏହାକୁ ଗୋଟିଏ ଥର ଡାଉନଲୋଡ କରି ନିଜ ଡିଭାଇସରେ ଷ୍ଟୋର କରି ବିନା ଇଣ୍ଟରନେଟ ସହାୟତାରେ ପଢିପାରିବେ ଓ ବହି ଆକାରରେ ଏହାର ପ୍ରିଣ୍ଟ ମଧ୍ୟ ନିଜେ ବାହାର କରି ପାରିବେ । 

ବଣମଲ୍ଲୀର ମହକ ଅଡିଓ ପୋର୍ଟାଲର କାମ କଣ ?

ଶୁଣିବାରେ ଆଗ୍ରହ ରଖୁଥିବା ପାଠକମାନଙ୍କ ଉଦ୍ଦେଶ୍ୟରେ ଏହାର ସୃଷ୍ଟି । ଆପଣଙ୍କ ଗଳ୍ପ, କବିତା ଓ ଆଲୋଚନା ଆଦିର ଅଡିଓ ରେକର୍ଡ କରି ଆମ ନିକଟକୁ ପଠାଇଲେ ଆମେ ଏହାକୁ ଭଏସ ଓଭର ଆକାରରେ ଏହି ଅଡିଓ ପୋର୍ଟାଲରେ ପ୍ରକାଶ କରିଥାଉ ।

ବଣମଲ୍ଲୀର ମହକ ଇ-କମର୍ସ ଷ୍ଟୋରର ଉଦ୍ଦେଶ୍ୟ କଣ ?

ଏହା ହେଉଛି ଏକ ଅନଲାଇନ ବୁକଷ୍ଟୋର । ଏହି ଷ୍ଟୋର ମାଧ୍ୟମରେ ଓଡିଆ ବହି ବିକ୍ରୟ କରାଯାଇଥାଏ । ଆପଣ ଯେକୌଣସି ସ୍ଥାନରେ ଥାଇ ଏହି ଅନଲାଇନ ବୁକଷ୍ଟୋରରୁ ବହିଟିଏ କିଣି ପାରିବେ । କୋରିଅର ମାଧ୍ୟମରେ ନିର୍ଦ୍ଧାରିତ ସମୟ ଭିତରେ ଆପଣଙ୍କ ନିକଟରେ ବହିଟି ପହଞ୍ଚିଥାଏ ।

ବଣମଲ୍ଲୀର ମହକ ଇ-କମର୍ସ ଷ୍ଟୋରରେ ମୁଁ ମୋର ପ୍ରକାଶିତ ବହି ବିକ୍ରୟ କରିପାରିବିକି ?

ହଁ.. ନିଶ୍ଚୟ କରିପାରିବେ । ଆପଣଙ୍କ ପ୍ରକାଶିତ ବହିଟିକୁ ବିକ୍ରୟ କରିବାକୁ ଚାହୁଁଥିଲେ, ଆମକୁ ଇମେଲ ମାଧ୍ୟମରେ ସମ୍ପର୍କ କରନ୍ତୁ ।